ବରଗଡ : ମାରୱାଡି ଯୁବାମଂଚ ଏବଂ ଜାଗୃତି ଶାଖା ତରଫରୁ ବରଗଡ଼ ଭିଡି ପେଲେସଠାରେ ମାଗଣା କେନସର ଯାଂଚ ଶିବିର ଆରମ୍ଭ ହୋଇଛି । ୨୧ ଏବଂ ୨୨ ତାରିଖ ଦୁଇ ଦିନ ଧରି ଏହି ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ କେନସର ରୋଗର ଚିହ୍ନଟ ପାଇଁ ଅତ୍ୟାଧୁନିକ ମୋବାଇଲ କେନସର ଡିଟେକସନ ସେଣ୍ଟର ଦ୍ୱାରା ରୋଗୀମାନଙ୍କ ପରୀକ୍ଷା କରାଯାଉଛି ।

ଶିବିରକୁ ସାଂସଦ ସୁରେଶ ପୂଜାରୀ ଉଦଘାଟନ କରିଥିବା ବେଳେ ଏ ଅବସରରେ ମାରୱାଡି ଯୁବାମଞ୍ଚର ଅଧ୍ୟକ୍ଷ ଗିରିଧାରୀ ଅଗ୍ରୱାଲ , ଜାଗୃତି ଶାଖାର ଅଧ୍ୟକ୍ଷା ନିଶା ଗୋୟଲ, ପ୍ରାନ୍ତିୟ ଉପାଧ୍ୟକ୍ଷ ସନ୍ଦିପ ଗୁପ୍ତା, ପ୍ରୋଜେକ୍ଟ ଡାଇରେକ୍ଟର ମହେଶ ଅଗ୍ରୱାଲ , ସଚିିବ ସୁନିଲ ଅଗ୍ରୱାଲ , ଶ୍ରବଣ ଲାଠ , ଗିରଧର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଶିବିରରେ ବିକାଶ ମଲ୍ଟି ସ୍ପେଶାଲିଟି ହସପିଟାଲ ତରଫରୁ ରୋଗୀମାନଙ୍କ ପରୀକ୍ଷା କରାଯାଉଥିବା ବେଳେ ମାରୱାଡି ଯୁବା ମଞ୍ଚ ଏବଂ ଜାଗୃତି ଶାଖାର ସମସ୍ତ ସଦସ୍ୟ ସଦସ୍ୟା ସକ୍ର୍ରିୟ ସହଯୋଗ କରୁଛନ୍ତି ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar