ବରଗଡ଼ : ବରଗଡ଼ ଗଙ୍ଗାଧର ନଗର ଠାରେ ଚାରି ଦିନ ଧରି ଚାଲିଥିବା ମାଁ ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି । ଗତ ୮ ତାରିଖରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ମାଁ ଙ୍କ ମନ୍ଦିର ପ୍ରବେଶ ସହ ପ୍ରତିଷ୍ଠା ଉତ୍ସବ ସମାପନ ହୋଇଛି । ପ୍ରତ୍ୟହ ଚଣ୍ଡୀହବନ , ଚାରିବେଦ ପଠନ ସହ ମାଁଙ୍କ ପ୍ରାଣ ପ୍ରତିଷ୍ଠା ପରେ  ଆଜି ମନ୍ଦିରରେ ଧ୍ୱଜାରୋହଣ ଏବଂ ମାଁଙ୍କ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏ ଅବସରରେ ପଣ୍ଡିତ ହରିନାରାୟଣ ତ୍ରିପାଠୀ , ପଣ୍ଡିତ ଦୟାମୟ ମିଶ୍ର , ପଣ୍ଡିତ ଚନ୍ଦନ ଦାଶ, ପଣ୍ଡିତ ସୁଶିଲ କୁମାର ମିଶ୍ର, ପଣ୍ଡିତ ମନୋଜ ଷଡଙ୍ଗୀ ଏବଂ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା  ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ ଆଜି ଶେଷ ଦିବସରେ ଭକ୍ତମାନଙ୍କୁ ଅନ୍ନଭୋଗ ପ୍ରଦାନ କରାଯାଇଥିଲା । 

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar