ବରଗଡ଼ : ନିକଟରେ ପ୍ରକାଶିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକ ପରୀକ୍ଷାରେ ଇମ୍ପରିୟଲ କଲେଜ କଳା ବିଭାଗର ଛାତ୍ରଛାତ୍ରୀମାନେ ଉଲ୍ଳେ୍ଖନୀୟ ସଫଳତା ହାସଲ କରିଛନ୍ତି । ଏହି କଲେଜରେ ଥିବା ଶିକ୍ଷା ବିଭାଗ ସମ୍ମାନରେ ସ୍ୱାତୀପ୍ରିୟା ମେହେର ୮.୧୪ ସିଜିପିଏ ସହ ଉନ୍ନିତ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ପୁନମ ଦୋରା ମଧ୍ୟ ୮.୦୯ ସିଜିପିଏ ସହ ସଫଳତା ହାସଲ କରିଛନ୍ତି । ସେହିପରି ରାଜନୀତି ବିଜ୍ଞାନ ସ୍ନାତକ ରେ ମୀନାକ୍ଷୀ ଭୋଇ ୮.୪୬ ସିଜିପିଏ ସହ ଉନ୍ନିତ ହୋଇଥିବା ବେଳେ ସୃଷ୍ଟି ଅଗ୍ରୱାଲ ୮.୦୮ ସିଜିପିଏରେ ଉନ୍ନିତ ହୋଇଛନ୍ତି । କଲେଜର ଅଧିକାଂଶ ଛାତ୍ରଛାତ୍ରୀ ୭.୫୦ ସିଜିପିଏରୁ ଅଧିକ ମାର୍କ ରଖିଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କଳା ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଏହି ଛାତ୍ରୀମାନେ ତାଙ୍କର ଯୁକ୍ତ ଦୁଇ ମାର୍କଠାରୁ ବହୁ ଅଧିକ ମାର୍କ ସହ ସ୍ନାତକ ପରୀକ୍ଷାରେ ଉନ୍ନିତ ହୋଇଥିବାରୁ ଏହା ଏହି କଲେଜର ସଫଳତା ବୋଲି ଚେୟାରମେନ ଦିପକ ଗୋୟଲ ଓ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଜଣାଇଛନ୍ତି । କଲେଜରେ ବର୍ତମାନ ଯୁକ୍ତ ୩ କଳା ବିଭାଗରେ ସାମ୍ସ ତରଫରୁ ନାମ ଲେଖା କାର୍ଯ୍ୟ ଜାରି ରହିଛି ।