ବରଗଡ଼ :  ଗାନ୍ଧୀ ସ୍ମୃତି ପାଠାଗାରର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି। ପାଠାଗାରର ସମ୍ପାଦକ ପ୍ରଦୀପ କୁମାର ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ  ସଭାରେ ପ୍ରଥମେ ସମ୍ପାଦକ ହୋତା ଆୟ ବ୍ୟୟ ବିବରଣୀ ପ୍ରଦାନ କରିବା ପରେ ନୂତନ କର୍ମକର୍ତ୍ତାମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବୈଠକରେ ସର୍ବସମ୍ମତି କ୍ରମେ ଅରୁଣ କୁମାର ମହାନ୍ତି ସଭାପତି ମନୋନୀତ ହୋଇଥିବା ବେଳେ ରବି ପଣ୍ଡା ସମ୍ପାଦକ, ବରିଷ୍ଠ ସଦସ୍ୟ ମନୋରଞ୍ଜନ ସାହୁ ଉପ ସଭାପତି, ଅନୁପ କୁମାର ଦର୍ଜୀ ଯୁଗ୍ମ ସମ୍ପାଦକ, ହୃଷୀକେଶ ଦାଶ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ । ବୈଠକରେ ଆଗାମୀ ଦିନରେ ପାଠାଗାରର ସମସ୍ତ କାର୍ଯ୍ୟକ୍ରମ ସମସ୍ତେ ମିଳିମିଶି କରିବାକୁ ନବ ନିର୍ବାଚିତ ସଭାପତି  ମହାନ୍ତି ଉପସ୍ଥିତ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ । ବୈଠକରେ ସମ୍ପାଦକ ହୋତାଙ୍କ ସମେତ ଅରୁଣ କୁମାର ମହାନ୍ତି, ମନୋରଞ୍ଜନ ସାହୁ, ସନ୍ତୋଷ ପଣ୍ଡା, ପତିତପାବନ ସାହୁ , ଜୟ ପ୍ରକାଶ ଶତପଥୀ, ବିକ୍ରମାଦିତ୍ୟ ପଣ୍ଡା,ରବି ପଣ୍ଡା, ଗୌରୀ ଶଙ୍କର ପଣ୍ଡା, ରବି ନାରାୟଣ ସାହୁ, ଅମୀୟ ଭୂଷଣ ସାହୁ, ଅନୁପ କୁମାର ଦର୍ଜି,ଡୋଲାମଣି ଶତପଥୀ, ହୃଷୀକେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.

error: Content is protected !!