ବରଗଡ଼: ବରଗଡ଼ ଇମ୍ପିରିଆଲ କଲେଜ୍ରେ ଅନୁଷ୍ଠିତ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ମାଷ୍ଟର୍ ମଞ୍ଜୁନାଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମାଷ୍ଟର ମଞ୍ଜୁନାଥ ମାଲଗୁଡି ଡେଜ୍ ରେ “ସ୍ୱାମୀ”ର ଚରିତ୍ରକୁ ଜୀବନ୍ତ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ଏକ କଫି ଟେବଲ୍ ବୁକ୍ “ଆଇକନ୍ସ ଅଫ୍ ଇମ୍ପିରିଆଲ୍” ଅନାବରଣ କରାଯାଇଥିଲା । ସେହିପରି ଭଟଲି ଶାନ୍ତି ସରକାରୀ ବାଳିକା ବିଦ୍ୟାଳୟ ଏବଂ ଇମ୍ପିରିଆଲ୍ କଲେଜ୍ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମାଲଗୁଡ଼ି ଡେଜ୍ ରୋଲ୍ ପ୍ଲେ ପ୍ରଦର୍ଶିତ ହୋଇଥିଲା । କଲେଜର ଚେୟାରମେନ ଦୀପକ ଗୋୟଲ ମାଲଗୁଡ଼ି ଡେଜ୍ ର ପ୍ରଭାବ ଏବଂ ମାଷ୍ଟର୍ ମଞ୍ଜୁନାଥଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । କଲେଜର ଅଧ୍ୟକ୍ଷ ଡ.ଦୁର୍ଗେଶ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
