ବରଗଡ଼ : ବରଗଡ଼ ସଂସ୍କାର ସେପଲିଂ ବିଦ୍ୟାଳୟରେ ଛୋଟ ଛୋଟ ଶିଶକୁମାନଙ୍କୁ ନେଇ ଏକ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଅଢ଼େଇ ବର୍ଷରୁ ୬ ବର୍ଷ ଶିଶୁମାନଙ୍କ ମଧ୍ୟରେ ରହିଥିବା ଅନ୍ତନିର୍ହିତ କଳାକୁ ପ୍ରଦର୍ଶନ କରାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଶିଶୁ ଭାଗ ନେଇଥିଲେ । ସଂସ୍କାର ଇଣ୍ଟରନେସନାଲ ସ୍କୁଲର ଚେୟାରମେନ ସୁମନ ସାୱଡିଆ ମୁଖ୍ୟଅତିଥିଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରିନସିପାଲ କରନ ସାହୁ, ପ୍ରବନ୍ଧକ ସିଦ୍ଧାନ୍ତ ସାୱଡିଆ, ଶାଖା ପ୍ରମୁଖ ମମତା ସାୱଡିଆ, ମେଘା ସାୱଡିଆ, ଶ୍ରଦ୍ଧା ସାୱଡିଆ,ରାଜେଶ ଅଗ୍ରୱାଲ ତଥା ଗାୟତ୍ରୀ ଦେବୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar