ବରଗଡ଼ : ଭୁକ୍ତା ସ୍ଥିତ ବିକ୍ରମ ସେବା ସଦନ ଠାରେ ଏକ ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଡାକ୍ତର ଶରତ ପ୍ରଧାନଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅନୁଷ୍ଠିତ ଏହି ଶିବିରରେ ଡାକ୍ତର ଗଣେଷରାମ ଭୋଇ ଏବଂ ଡାକ୍ତର ଦୁର୍ଗା ପ୍ରସାଦ ସାହୁ ରୋଗୀମାନଙ୍କ ମାଗଣାରେ ଚିକିତ୍ସା କରିଥିଲେ । ଏ ଅବସରରେ ଆବଶ୍ୟକତା ଥିବା ରୋଗୀମାନଙ୍କ ରକ୍ତ ପରୀକ୍ଷା , ଅଲଟ୍ରାସାଉଣ୍ଡ ତଥା ବିଭିନ୍ନ ପରୀକ୍ଷା କରି ମାଗଣା କରାଯାଇଥିଲା । ସ୍ୱର୍ଗତ ଡାକ୍ତର ପ୍ରଧାନଙ୍କ ପତ୍ନୀ ରୀତା ପ୍ରଧାନ ଏବଂ ପୁତ୍ର ସୁଶ୍ରୃତ ପ୍ରଧାନ (ଟିକନ)ଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିରରେ ଡ.ନେପାଲ ପ୍ରଧାନ , ଧୃବଚରଣ ସା , ସେବା ସଦନର ଷ୍ଟାଫ ତଥା ସ୍ଥାନୀୟ ଯୁବକମାନେ ସହଯୋଗ କରିଥିଲେ । ଏହି ଶିବିରରେ ଅମ୍ବାଭୋନା ବ୍ଳକ ସମେତ ସରିଆ, ବରମକେଲା ଆଦି ଅଚଂଳର ଶତାଧିକ ରୋଗୀ ଉପକୃତ ହୋଇପାରିଥିଲେ । ଏ ଅବସରରେ ଡାକ୍ତର ପ୍ରଧାନଙ୍କୁ ଅଚଂଳବାସୀଙ୍କ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ବିକ୍ରମ ସେବା ସଦନ ସ୍ୱର୍ଗତ ଡାକ୍ତର ଶରତ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବେଳେ ଏହି କ୍ଳିନିକ ଦ୍ୱାରା ଅମ୍ବାଭୋନା ସମେତ ପଡୋଶୀ ଛତିଶଗଡ ସୀମାନ୍ତର ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar