ବରଗଡ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜ ପରିସରରେ ପଚଂମ ବର୍ଷ ପାଇଁ ମେଧା ସମ୍ମାନ ଉତ୍ସବ ସୁପର ସ୍କୋଲାର ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ଓ ଦ୍ୱାଦଶ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣେ ପୁଅ ଓ ଜଣେ ଝିଅଙ୍କୁ ସମ୍ମାନିତ କରାଯାଇଥିଲା । ଅଧ୍ୟାପିକା ହରିପ୍ରିୟା ସାହୁଙ୍କ ସ୍ୱାଗତ ଭାଷଣ ପରେ କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଅଧ୍ୟାପିକା ଝରଣା ମିଶ୍ର ଓ ଯାଜ୍ଞସିନୀ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ସଂଯୋଜନା କରିଥିଲେ କାର୍ଯ୍ୟକ୍ରମରେ ମାହେଶ୍ୱରୀ ଶିକ୍ଷାନୁଷ୍ଠାନ ସମୁହର ଚେୟାରମେନ ଫକୀର କର୍ଣ୍ଣ, ପଚାଂୟତ କଲେଜର ଅଧ୍ୟକ୍ଷ ପତିତପାବନ ସାହୁ , ପ୍ରସାରଭାରତୀର ବରିଷ୍ଠ ଅଧିକାରୀ ଅଶୋକ କୁମାର ପାଣିଗ୍ରାହୀ , ବରଗଡ଼ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦଧିବାମନ ଦାଶ, କଲାପାଣି କଲେଜର ପ୍ରାଧ୍ୟାପକ ମୋହନ ସାହୁ , କବି ଓ ଲେଖକ ମନୋରଞ୍ଜନ ସାହୁ , ଭୁକ୍ତା କଲେଜର ପ୍ରାଧ୍ୟାପକ ଡକ୍ଟର ଜୟନ୍ତ କୁମାର ସାହୁ , ଟିଏଫ କଲେଜର ଅଧ୍ୟକ୍ଷ ସରୋଜ ଦେବତା , ଅଧ୍ୟାପକ ଅଶୋକ ବେହେରା, ବରଗଡ଼ ସାଇନ୍ସ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ବିକାଶ ସେନ ଅତିଥି ଭାବରେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । କଲେଜର ଚେୟାରମେନ ଦିପକ ଗୋୟଲ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଡି ରହି ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଝରଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଳାର ବିଭିନ୍ନ କଲେଜର ୬୫ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar