ସୋହେଲା : ସମ୍ବଲପୁରୀ ସାହିତ୍ୟ ପରିଷଦର ଆହ୍ୱନକ୍ରମେ ଏବଂ ଦଶମାଇଲ ବିକାଶ ପରିଷଦ ଛାଏଁଛଏଁରା କୁଟୁମ୍ ଓ ଶ୍ରୀଧର ସାହିତ୍ୟ ସଂସଦର ମିଳିତ ଆୟୋଜନରେ ସୋହେଲା ନିକଟସ୍ଥ ଦଶମାଇଲଠାରେ ସମ୍ବଲପୁରୀ ଦିନ ଓ ଶ୍ରୀଧର ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି । ସମ୍ବଲପୁରୀ ସାହିତ୍ୟ ପରିଷଦ ବରଗଡର ସାଧାରଣ ସମ୍ପାଦକ ଉତ୍ପନ୍ନ କୁମାର ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ସମାରୋହକୁ ଭଟଲି ବିଧାୟକ ସୁଶାନ୍ତ ସିଂ ଉଦଘାଟନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରି ସନ୍ତ୍ରାସ ନାରାୟଣ ପଣ୍ଡା ସମ୍ମାନିତ ଅତିଥି ,ଗବେଷକ ଡ଼଼ ଗୈ।ରିଦାସ ପ୍ରଧାନ ମୂଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ର ବ୍ୟାପକତା ଓ ମହନୀୟତା ସନ୍ଦର୍ଭରେ ଆଲୋକପାତ କରିଥିଲେ । ଚଲିତ ବର୍ଷ କବି ଶ୍ରୀଧର ପ୍ରଧାନଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହେଉଥିବା ପରିପ୍ରେକ୍ଷିରେ ଶ୍ରୀଧରୀୟ ଚେତନାର ଅନୁଗାମୀ ପାଞ୍ଚ ଜଣ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା ।ପଦ୍ମଶ୍ରୀ ଡ଼ଃ ହଲଧର ନାଗଙ୍କୁ ଶ୍ରୀଧର କାବ୍ୟ ସମ୍ମାନ, ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କୁ ଶ୍ରୀଧର ନାଟ୍ୟ ଗୈ।ରବ ସମ୍ମାନ, ସରୋଜ କୁମାର ଭୋଇଙ୍କୁ ଶ୍ରୀଧର ଆଦର୍ଶ ଶିକ୍ଷକ ସମ୍ମାନ, ସୈ।ରାଜ ପ୍ରଧାନଙ୍କୁ ଶ୍ରୀଧର ଗିତିକବି ସମ୍ମାନ ଓ ଅମୂଲ୍ୟ ଭୋଇଙ୍କୁ ଶ୍ରୀଧର ଚିତ୍ରଶିଲ୍ପି ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।ପ୍ରଥମ ପର୍ଯ୍ୟାୟ ରେ ଅନୁଷ୍ଠିତ ଏହି ସଭାକୁ ବିପ୍ଲବି କବି ନୀତିଶ ଆଚାର୍ଯ , କବି ପୁତ୍ର ଗୈ।ରଚରଣ ପ୍ରଧାନ ସଂଗଠକ ରଂଜନ ପଣ୍ଡା ଶିଶୁ ସାହିତ୍ୟିକ ବିକାଶ ଚନ୍ଦ୍ର ସାହୁ ଓ ସମାଜସେବି ରବିଶଙ୍କର ପ୍ରଧାନ ପରିଚାଳନା କରିଥିଲେ । ଏହି ଅବସରରେ ବିକାଶ ଚନ୍ଦ୍ର ସାହୁଙ୍କ ଦ୍ବାରା ସମ୍ପାଦିତ ଶିଶୁ ସାହିତ୍ୟ ପତ୍ରିକା ଚନ୍ଦରଉଦିଆଁ , ନାଟ୍ୟକାର ମନୋରଂଜନ ମିଶ୍ରଙ୍କ ନାଟ୍ୟ ପୁସ୍ତକ ମୈ।ସୁମୀ ,ଅଧ୍ୟାପକ ସୁକୁମାର ଭୋଇଙ୍କ ନାଟ୍ୟ ପୁସ୍ତକ ଚେତବାର୍ ବେଲ୍ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ।ଦ୍ବିତୀୟ ପର୍ଯ୍ୟାୟରେ କବି ତେଜରୁ ବାରିକଙ୍କ ସଞ୍ଚାଲନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଧ୍ୟାପକ ସୁକୁମାର ଭୋଇ କବିୟତ୍ରୀ ସଂଗିତା ପଣ୍ଡା ଷଡ଼ଙ୍ଗୀ ଅଧ୍ୟାପକ ନାରାୟଣ ଭୋଇ ଓ କବି କେଦାରନାଥ ସାହୁ କବିତାଗୁଡ଼ିକ ସଂଯୋଜନା କରିଥିଲେ । ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ ରାଜ୍ୟର ଶତାଧିକ କବିଙ୍କ କବିତାପାଠ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ବରଗଡ ଜିଲ୍ଲା ସଂସ୍କୃତି ବିଭାଗ ପ୍ରୟୋଜନାରେ ବୋଧନ କଲାପରିଷଦ ତୋରା ତରଫରୁ ଗଣ୍ଡାବଜା ଓ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଶେଷରେ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
