ସୋହେଲା : ସୋହେଲା ନିକଟସ୍ଥ ପିପିଲିପାଲି-ହଲଦିପାଲି ସୀମାରେ ଥିବା ମହିମା ଆଶ୍ରମରେ ଏକ ବିଂଶ ତମ ବିଶ୍ବ ଶାନ୍ତି ବ୍ରହ୍ମ ଯଜ୍ଞ ବାଲ୍ଯଲୀଲା ପୂର୍ଣାହୁତି ସହ ସମାପନ ହୋଇଯାଇଛି। ବ୍ରହ୍ମ ଅବଧୂତ ବୀରେନ୍ଦ୍ର ବାବାଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଯଜ୍ଞରେ ଛାୟାକାନ୍ତ ବାବା, ମଦନ ବାବା,କାହ୍ନା ବାବା ପ୍ରମୁଖ ସହଯୋଗ କରିଥିଲେ। ଅନ୍ତିମ ଦିବସରେ ଗ୍ରାମ୍ଯ ଉନ୍ନୟନ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦାନ କରି ବ୍ରହ୍ମ ଅବଧୂତ ବୀରେନ୍ଦ୍ର ବାବାଙ୍କ ଠାରୁ ଜଟ ମନ୍ଦିର ନିମନ୍ତେ ଜଟ ଗ୍ରହଣ କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ମହିମା ଭକ୍ତ ପ୍ରକାଶ ଚନ୍ଦ୍ର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉଦଘାଟନ  ଉତ୍ସବରେ ବିଶିଷ୍ଟ ମହିମା ଗବେଷକ ତ୍ରିଲୋଚନ ପଟେଲ ବକ୍ତା ଭାବରେ ଯୋଗ ଦେଇଥିଲେ। ପୂର୍ଣ୍ଣାହୁତି ସମୟରେ ପୂର୍ବତନ ବାଚସ୍ପତି କିଶୋର ପଟେଲ ଉପସ୍ଥିତ ରହି ବାବାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ତିନି ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମହିମା ଗବେଷକ ତଥା ସଂପାଦକ ଟେକଚାନ୍ଦ ଦୁଆନ ସଂଯୋଜନା  କରିଥିଲେ। । ଯଜ୍ଞ କମିଟିର ସଭାପତି ନିମାଇଁଚରଣ ଭୋଇ ଙ୍କ ସହ ରାଜେନ୍ଦ୍ର ସିଂ, ଗଣତନ୍ତ୍ର ପଧାନ, ହଲଧର ବିଶ୍ବାଳ, ମନୋଜ ଭୋଇ, ମୁକେଶ ଅଗ୍ରୱାଲ, ବିବେକା ନାଏକ, ତୀର୍ଥବାସୀ ନାଏକ, ଗିର୍ଜେଶ ଖାଡଙ୍ଗା, ପ୍ରମୋଦ ଦେବତା, ଲଳିତ ଅଗ୍ରୱାଲ, ବିନୟ ଭୋଇ, କେଦାରନାଥ ସାହୁ ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଉପସ୍ଥିତ  ଭକ୍ତ ଙ୍କ ପାଇଁ ଅନ୍ନଭୋଗର ବ୍ଯବସ୍ଥା ହୋଇଥିଲା।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar