ବରପାଲି: ଚଳିତ ବର୍ଷ ବରପାଲି ଶୀତଳଷଷ୍ଠୀ ଯାତ୍ରା ତଥା ଶିବ ପାର୍ବତୀ ବିବାହ ମହୋତ୍ସବ  ୧୪୫ ବର୍ଷରେ ପଦାର୍ପଣ କରିଛି । ମଙ୍ଗଳବାର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁ କପିଳେଶ୍ୱର ବାବାଙ୍କ ପୂଜାଅର୍ଚ୍ଚନା ଓ ରୁଦ୍ରାଭିଷେକ ସହ ଥାଳ ଉଠା ସଂପନ୍ନ ହୋଇଯାଇଛି । ଏ ଅବସରରେ ପଣ୍ଡିତ ହେମନ୍ତ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଅପରାହ୍ନରେ ପରମ୍ପରା ଭିତ୍ତିକ ଭାବରେ ଯାତ୍ରାକମିଟି ବରପକ୍ଷ ଓ ଜଗନ୍ନାଥ ନଗର କନ୍ୟାପକ୍ଷ ଶୈବ ଭକ୍ତମଣ୍ଡଳି ବରପାଲି ନୃପରାଜ କ୍ଲବ ପରିସରରୁ ଶୋଭାଯାତ୍ରା ବାହାରି ରାଜବାଟୀ ମିଶ୍ରପଡା ପଡ଼ା ହୋଇ ବାବା କପିଳେଶ୍ବର ଶିବମନ୍ଦିର ପ୍ରଙ୍ଗଣରେ ପହଞ୍ଚିଥିଲେ । ପରେ ଦେବଦେବ କପିଳେଶ୍ବର ବାବାଙ୍କ ପକ୍ଷରୁ ଯାତ୍ରା କମିଟି ଓ ପାର୍ବତୀ ମାତାଙ୍କ ପିତ୍ରୁଆଲୟରୁ ଆସିଥିବା ଜଗନ୍ନାଥ ନଗର ବାସୀଙ୍କ ମଧ୍ୟରେ ପ୍ରଥା ଅନୁଯାୟୀ ବାବା ଓ ମାତାଙ୍କ ଶେଷ ଉପସ୍ପରରେ ପୂଜାର୍ଜନା ହୋଇ ସମସ୍ତ ପାଳନିୟ ବିତିକାନ୍ତି ମାନ କରାଯାଇଥିଲା । ପରେ ଦୂହିକୂଳଙ୍କୁ ନେଇ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା କାର୍ଯ୍ୟକ୍ରମ ମନ୍ଦିରରେ କରାଯାଇଥିଲା । ଷଷ୍ଠୀ କମିଟି ସଭାପତି ଆନନ୍ଦ ବାବୁ ପୂଜାକର୍ତ୍ତା ରୂପେ ଦାୟୀତ୍ୱ ବହନ କରିଥିଲେ ।ମନ୍ଦିର ପୂଜକ ମାନଙ୍କ ଦ୍ବାରା ଦେବନୀତି ପୂଜାର୍ଜନା କାର୍ଯ୍ୟ ଷଷ୍ଠୀ ବ୍ରତ ଧାରଣ କରିଥିଲେ । କନ୍ୟାପକ୍ଷରୁ ସମାପନ ପରେ ପଣ୍ଡିତଙ୍କ ଦ୍ୱାରା ସଂକଳ୍ପଧାରୀ ଓ କନ୍ୟାପକ୍ଷରୁ କନ୍ୟା ପିତାମାତା ମଳୟ ତ୍ରିପାଠୀ ଓ ସବିତା ତ୍ରିପାଠୀଙ୍କ ସହ ଯାତ୍ରା କମିଟି ଓ କନ୍ୟାପକ୍ଷର ଭକ୍ତମାନେ ସମବେତ ହୋଇ ଆଶିର୍ବାଦ ଭିକ୍ଷା ପ୍ରାର୍ଥନା କରିଥିଲେ।
Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar