ବରଗଡ଼ : ଦେଶର ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସର ଓ ସଂଗୀତଜ୍ଞ ତଥା ଗାୟକ ବାପି ଲାହାରୀଙ୍କୁ ଏକ ସଂଗୀତ ସଂଧ୍ୟା ମାଧ୍ୟମରେ ଇମ୍ପରିୟଲ କଲେଜରେ ଶ୍ରଦ୍ଧାଜଂଳୀ ଅର୍ପଣ କରାଯାଇଛି । ସିକ୍ରେଟ ସିଂଗର ୩.୦ ନାମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପଚାଂୟତ କଲେଜର ଅଧ୍ୟକ୍ଷ ପତିତପାବନ ସାହୁ , ଇଡିଆଇର ମୁଖ୍ୟ ବିଷ୍ଣୁ ପ୍ରସାଦ ପଣ୍ଡା ଅନ୍ୟ ଅତିଥିମାନଙ୍କ ସହ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ଗାୟକ ଯୋଗ ଦେଇ ସଂଗୀତ ମାଧ୍ୟମରେ ନିଜର ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ । ଇମ୍ପରିୟଲ କଲେଜର ମୁଖ୍ୟ ଦିପକ ଗୋୟଲଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିକାଶ ସେନ , ରୀନା ଜିନ୍ଦଲ , ବରଖା କଟରୁକା , ତାପସ ରଂଜନ , ରୁଦ୍ର ପ୍ରତାପ, ପ୍ରଶାନ୍ତ ଆଚାର୍ଯ୍ୟ , ଅଙ୍କିତ ଦାଶ , ହାର୍ଦ୍ଧିକ ସାୱଡିଆ , ମନିଷ , ବିଜୟ ଅଗ୍ରୱାଲ, ନିର୍ମଲ କ୍ରିଷ୍ଣା , ସୁଶୀଲ କ୍ରିଜିୱାଲ , ରାନୀ ମିଶ୍ର , ହର୍ଷିତା ଅଗ୍ରୱାଲ ଓ ମିଶ୍ର ପରିବାରର ସଦସ୍ୟମାନେ ସଂଗୀତ ପରିବେଷଣ କରିଥିଲେ । ଇମ୍ପରିୟଲ କଲେଜ ପକ୍ଷରୁ ସ୍ୱପ୍ନା ସାହୁ ,ମିନି ଭୋଇ , ଦିପ୍ତି , ଶ୍ରାବଣୀ ଓ ଶିବାନୀ ନୃତ୍ୟ ପରିବେଷଣ କରିଥିଲେ । କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଓ ଅନ୍ୟ ସହଯୋଗୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!