ବରଗଡ଼ : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ଵିଏ ସ୍ନାତକ  ଶିକ୍ଷା ସମ୍ମାନ ପରୀକ୍ଷାରେ ପ୍ରଥମ ସେମିଷ୍ଟାରରେ ଇମ୍ପେରିଆଲ କଲେଜର ତିନି ଜଣ ଛାତ୍ରଛାତ୍ରୀ  ଶ୍ରେଷ୍ଠ ୧୦ଜଣରେ ସ୍ଥାନ ପାଇଛନ୍ତି। ପ୍ରଥମ ସ୍ଥାନରେ ମାନସ୍ୱନି ମିଶ୍ର ୧୦.୦୦ ଏସଜିପିଏ ,ଅଷ୍ଟମ ସ୍ଥାନରେ ଦିପ୍ତିରେଖା ସାହୁ ୯.୨୭ ଏସଜିପିଏ ଏବଂ ନୈନା ପ୍ରଧାନ ୯.୧୮ ଏସଜିପିଏ ସହ ନବମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଏ ସ୍ନାତକ ରାଜନୀତି ବିଜ୍ଞାନ ସମ୍ମାନ ପ୍ରଥମ ସେମିଷ୍ଟାର ପରୀକ୍ଷାରେ ମଧ୍ୟ ତିନି ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି । ଷଷ୍ଠ ସ୍ଥାନରେ ଟିଟୁ କୁମାର ମୁନା ୯.୪୫ ଏସଜିପିଏ ,

ଅଷ୍ଟମ ସ୍ଥାନରେ ପୂଜାରାଣୀ ମଲ୍ଲିକ ୯.୨୭ ଏସଜିପିଏ ଏବଂ ଦେବାଶିଷ ଭୋଇ ୯.୧୮ ଏସଜିପିଏ ସହ ନବମ ସ୍ଥାନରେ  ରହିଛନ୍ତି।   ଏହି ସଫଳତା ପାଇଁ କଲେଜର ନିର୍ଦ୍ଦେଶକ  ଦୀପକ ଗୋୟଲ୍ ଏବଂ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଭିନନ୍ଦନ ଜଣାଇଛନ୍ତି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar