ବରଗଡ଼ : ଲୋକଙ୍କ ମାନସିକତାରେ ରହିଯାଇଥିବା ବଳିପ୍ରଥା ଆଇନକାନୁନ ବଦଳରେ ଜନସଚେତନତା ଦ୍ୱାରା ଧିରେ ଧିରେ ବନ୍ଦ ହୋଇପାରିବ ବୋଲି ବରଗଡ଼ ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ପ୍ରଫେସର ଦୃଦମଣୀ ପ୍ରଧାନ ସ୍ମାରକୀ ବକୃତାମାଳା ବଳିପ୍ରଥା- ସମୟର ପରିବର୍ତନ ସହିତ ପରମ୍ପରାର ପରିବର୍ତନ ସମ୍ଭବ କି ପ୍ରସଙ୍ଗ ରେ ମତପ୍ରକାଶ ପାଇଛି । ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାରରେ ଡ.ଭଗବତୀ କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମାରକୀ ବକୃତାମାଳାରେ ପ୍ରଫେସର ଝସକେତନ ପ୍ରଧାନ ଏବଂ ପ୍ରଫେସର ରାମଚନ୍ଦ୍ର ସାହୁ ଆଲୋଚକ ଭାବେ ଯୋଗଦେଇଥିଲେ । ଏ ଅବସରରେ ସାହିତ୍ୟ ସଂସଦର ସଭାପତି ଡ. ଅଶୋକ ମହାପାତ୍ର ମଚାଂସୀନ ଥିବା ବେଳେ ଗାନ୍ଧୀ ସ୍ମୃତି ପାଠାଗାରର ସଂପାଦକ ମନୋରଞ୍ଜନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।