ବରଗଡ଼ : ଵରଗଡ଼ ଖେଦାପାଲି ସ୍ଥିତ ଆଇଆଇଏଚଟିରେ ତ୍ରିଦିବସୀୟ ମଧୁବନୀ ପେଣ୍ଟିଙ୍ଗ କର୍ମଶାଳା ଆରମ୍ଭ ହୋଇଛି। ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାକୁ ଆଇଆଇଏଚଟି ନିର୍ଦେଶକ ଏମ ଆନନ୍ଦ ଉଦଘାଟନ କରିବା ସହ ଭାରତୀୟ ପାରମ୍ପରିକ କଳା ଶୈଳୀ କୁ ବ୍ୟବହାରିକ ଉପଯୋଗୀତା କଲେ ହିଁ ତାକୁ ସଂରକ୍ଷିତ କରା ଯାଇପାରିବ ଏବଂ କଳାକାରମାନଙ୍କୁ ଉଚିତ୍ ସମ୍ମାନ ମିଳିପାରିବ ବୋଲି କହିଥିଲେ । ବରିଷ୍ଠ ଅଧ୍ୟାପକ ବି କେ ବ୍ୟାସ କର୍ମଶାଳା ସଂପର୍କରେ ସୂଚନା ଦେଇଥିଲେ । ବିହାର ର ଚିତ୍ରଶିଳ୍ପୀ ଶ୍ରୀମତି ନଳିନୀ ସାହା ଏହି କର୍ମଶାଳା କୁ ପରିଚାଳନା କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଦେବେନ୍ଦ୍ର କୁମାର ଏବଂ ବିଶିଷ୍ଟ ଚିତ୍ର ଶିଳ୍ପୀ ତଥା ଡିଜାଇନର ରାଜେନ୍ଦ୍ର ସିକନ୍ଦର ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ବହୁ ଛାତ୍ରଛାତ୍ରୀ ତଥା ବୁଣାକାର ଯୋଗ ଦେଇଛନ୍ତି ।

Share now
2 thought on “ଆଇଆଇଏଚଟିରେ ମଧୁବନୀ ପେଣ୍ଟିଙ୍ଗ କର୍ମଶାଳା ଆରମ୍ଭ”

Leave a Reply to Siddheshwaree Pradhan Cancel reply

Your email address will not be published. Required fields are marked *

error: Content is protected !!
This is default text for notification bar