ଅମ୍ବାଭୋନା : ବିଜ୍ଞାନକୁ ଲୋକାଭିମୁଖୀ ତଥା ପ୍ରଚାରପ୍ରସାର କରିବା ନିମନ୍ତେ କେଦାରନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅମ୍ବାଭୋନା ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ ବିଜ୍ଞାନ ନାଟିକା ଆୟୋଜିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଭୁକ୍ତା ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟର ଅଧ୍ୟାପକ ଅନିଲ କୁମାର ଦେବତା ମୁଖ୍ୟଅତିଥି, ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡଃ ଜୟନ୍ତ କୁମାର ସାହୁ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଶୁଭେନ୍ଦୁ ସାହୁ, ଅଧ୍ୟାପକ ଜୟନ୍ତ କୁମାର ବାରିକ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ, ବିଜ୍ଞାନ ମଞ୍ଚର ସଂପାଦକ ଶିକ୍ଷକ ମନୋହର ସାହୁ ଏବଂ କେଦାରନାଥ ଆଦିବାସୀ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ରଥ ମଞ୍ଚାସୀନ ଥିଲେ । ଅମ୍ବାଭୋନା ସିଆରସିସି ପୁନୀରାମ ଗଣ୍ଡ ସଭା ପରିଚାଳନା କରିଥିବାବେଳେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ବିଜ୍ଞାନ ନାଟିକା ଓ ଆଲୋଚନା ଚକ୍ର ଆୟୋଜନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar