ସମ୍ବଲପୁର : ସମ୍ବଲପୁର ସହରର ଜଣେ କୁନିଭକ୍ତ ତଥା ଶିଳ୍ପୀ ସୂର୍ଯ୍ୟ ପ୍ରକାଶ ବାରିକ ଗଢିଛନ୍ତି ୩ଟି କୁନି ରଥ ।ଘୋଷଯାତ୍ରା ଉପଲକ୍ଷେ ନିଜର କଳାକୁ ନୂଆ ରୂପ ଦେଇଛନ୍ତି । କୁନି ରଥ ପ୍ରସ୍ତୁତି କରିଛନ୍ତି । ୮୩୨ ଖଣ୍ଡ ଧୂପକାଠି କାଠିର ବ୍ୟବହାର କରି ୩.୫ ଇଞ୍ଚ ଉଚ୍ଚତାର ୩ଟି ରଥ ପ୍ରସ୍ତୁତ କରିଛନ୍ତି ସୂର୍ଯ୍ୟ ପ୍ରକାଶ।

ଅବିକଳ ପୁରୀର ୩ ରଥ ଭଳି ଦେଖାଯାଉ ଥିବା ଏହି ରଥରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ବିରାଜମାନ କରିବେ। ଏହି ରଥଗୁଡ଼ିକୁ ଚଳାଇ ମଧ୍ୟ ହେବ। ଏଥିପାଇଁ ସୂର୍ଯ୍ୟ ଛୋଟ କାଠର ସର୍ବମୋଟ ୪୨ଟି ଚକ ମଧ୍ୟ ନିର୍ମାଣ କରିଛନ୍ତି । ଛୋଟ ପତାକା ମଧ୍ୟ ଲଗାଯାଇଛି ।ଏହା ନିର୍ମାଣ କରିବା ପାଇଁ ତାଙ୍କୁ ପାଖାପାଖି ୧ ମାସ ସମୟ ଲାଗିଛି।

ସମ୍ବଲପୁର ବୁଢ଼ାରଜା ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ସୂର୍ଯ୍ୟ ପ୍ରକାଶ ବାରିକ। କରୋନା ମହାମାରୀ ସମୟରୁ ସେ ପ୍ରତିବର୍ଷ କାର୍ଡ ବୋର୍ଡରେ ରଥ ତିଆରି କରି ବେଶ୍ ପ୍ରଶଂସା ସାଉଁଟିଥିବା ବେଳେ ଚଳିତ ବର୍ଷ ସୂକ୍ଷ୍ମ କାରିଗରୀର ନିଆରା କଳାକୃତି କରିଛନ୍ତି।ସେ କାଚ ହେଉ ଅବା ପଥର,ସାବୁନ୍ ହେଉ କି ପେନସିଲ୍ ମୁନ ସବୁଠି ସୃଜନର ପରାକାଷ୍ଠାକୁ ଜୀବିତ ରଖେ କଳାକାର । ଏହିଭଳି ଜଣେ ନିଆରା କୁନି କଳାକାର ହେଉଛନ୍ତି ସୂର୍ଯ୍ୟ ପ୍ରକାଶ ବାରିକ।ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ହେଉଛନ୍ତି ଶ୍ରୀ ଜଗନ୍ନାଥ।ସମଗ୍ର ବିଶ୍ଵରେ ଆଜି ଜଗନ୍ନାଥ ସଂସ୍କୃତିର ଚର୍ଚ୍ଚା, ସମୀକ୍ଷା ଏବଂ ପ୍ରଚାର ପ୍ରସାର ଲାଗି ରହିଛି।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar