ଭେଡେନ : ଭେଡେନ ବ୍ଳକ ରେମଣ୍ଡାଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ରେମଣ୍ଡା ଶପଥ ସେବା ସଂସ୍ଥା ଏବଂ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରକୁ ଡାକ୍ତର ରାମନାରାୟଣ ଶତପଥୀ ଉଦଘାଟନ କରିଥିଲେ । ଶିବିରରେ ଦୁଇ ଶହ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କ ସମ୍ବଲପୁରରେ ଅପରେସନ କରାଯିବ ବୋଲି ଜଣାପଡିଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଶିଲ କୁମାର ଭୁଏ, ପୂର୍ବତନ ସରପଂଚ ଏକାଦଶିଆ ହଟେଇ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ତ୍ରିଲୋଚନ ନେତ୍ରାଳୟର ଡାକ୍ତର ରଘୁଦେବ ଭଟ୍ଟାଚାର୍ଯ୍ୟ , ଟେକନିସିଆନ ଜିତେନ୍ଦ୍ର ସାହୁ ଙ୍କ ସମେତ ଷ୍ଟାଫ ଶିବିରରେ ଚକ୍ଷୁ ପରୀକ୍ଷା କରିଥିଲେ । ଶପଥ ସେବା ସଂସ୍ଥାର ସମସ୍ତ ସଦସ୍ୟ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ବେଳେ ଦୀପକ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।