ବରଗଡ଼ : ଇମ୍ପରିୟଲ କଲେଜ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଆୟୁଷ ମଜୁମଦାର ସ୍ୱାଗତ ଭାଷଣ ଦେଇଥିଲେ । ଶେଷବର୍ଷ ଛାତ୍ର ମନୋରଞ୍ଜନ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ପଚାଂୟତ କଲେଜର ଅଧ୍ୟକ୍ଷ ପତିତପାବନ ସାହୁ , ବଦ୍ରିପ୍ରସାଦ ଇନଷ୍ଟିଚ୍ୟୁଟର ମୁଖ୍ୟ ସଂଜୀବ ଅଗ୍ରୱାଲ , ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଅତିଥି ଭାବରେ ଯୋଗଦେଇଥିବା ବେଳେ ରାଜନୀତି ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ସୁବଳ ମେହେର ଏବଂ ଆଇନଶିକ୍ଷା ଓ ଗବେଷିକା ସାକ୍ଷୀ ଅଗ୍ରୱାଲ ବକ୍ତା ଭାବରେ ଯୋଗଦେଇ ସମ୍ବିଧାନ ଉପରେ ବିଶଦ ଆଲୋଚନା କରିଥିଲେ । ଇମ୍ପରିୟଲ କଲେଜର ମୁଖ୍ୟ ଦିପକ ଗୋୟଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହରିପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar