ଅମ୍ବାଭୋନା : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତି ଅବସରରେ ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଭୁକ୍ତା ସ୍ଥିତ ମହାତ୍ମା ଗାନ୍ଧୀ ଜୁନିୟର କଲେଜର ମୁଖ୍ୟ ପ୍ରବେଶ ଦ୍ୱାର ଉଦଘାଟିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଧୃବଚରଣ ସା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

 କଲେଜ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମନ୍ତ୍ରୀ ସିଂ ମାଲ୍ୟାର୍ପଣ କରିବା ସହ ଏ ଅବସରରେ ଅତିରିକ୍ତ ଶ୍ରେଣୀ ଗୃହର ଭୂମିପୂଜନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ନୀଲକୁମାରୀ ନାୟକ , ଉପାଧ୍ୟକ୍ଷ ଠାକୁରରାମ ପଟେଲ , ସମାଜସେବୀ ଡ.ଚିନ୍ତାମଣୀ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!