ବିଜେପୁର : ଭାଇଚାରାର ପର୍ବ ବିଜେପୁରର ଅନନ୍ତ ବ୍ରତ ମହୋତ୍ସବ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ସହକାରେ ଅନୁଷ୍ଠିତ ହେଉଛି । ବିଜେପୁର ମଧ୍ୟପଡାର ଅନନ୍ତ ବ୍ରତ ମହୋତ୍ସବ ଚଳିତ ବର୍ଷ ୫୮ ବର୍ଷରେ ପଦାର୍ପଣ କରିଛି । ସେହିପରି ତଳିପଡା, ଉପରପଡା, ଗାନ୍ଧୀ ପଡା, ମାଲପଡା, ଭୁଏପଡା , ବୀରବଜରଙ୍ଗ ବଳି ଛକ ସମେତ ବାଞ୍ଜିଡୁଙ୍ଗୁରୀ, ପଡା, ଜାଲପାଲି ଆଦି ଅଚଂଳରେ ନିରାଡମ୍ବର ଭାବରେ ଅନନ୍ତ ବ୍ରତ ମହୋତ୍ସବ ପାଳିତ ହେଉଛି । ଅନନ୍ତ ବ୍ରତ ମହୋତ୍ସବରେ ୧୪ ପ୍ରକାର ଫୁଳ, ୧୪ ପ୍ରକାର ପିଠାପଣା ଲାଗୁଥିବା ବେଳେ ମାନସିକଧାରୀମାନେ ୧୪ଟି ଗଣ୍ଠି ଥିବା ବ୍ରତ ଧାରଣ କରିଥାନ୍ତି । ବ୍ରତଧାରୀମାନେ ରୀତିନୀତି ସହକାରେ ଭଗବାନ ଅନନ୍ତ ନାରାୟଣଙ୍କୁ ପୂଜାର୍ଚ୍ଚନା କରି ପୁରୁଣା ବ୍ରତକୁ ବଦଲାଇ ନୂତନ ବ୍ରତ ଧାରଣ କରିଥାନ୍ତି । ଯାହାକି ବିଜେପୁର ଅଚଂଳରେ ଏକ ଭାଇଚାରାର ପର୍ବ ଭାବରେ ଦୀର୍ଘ ଦିନରୁ ପାଳିତ ହୋଇଆସୁଛି ।