ବରଗଡ଼ : ଇମ୍ପରିୟଲ କଲେଜରେ ୟସ ପୁରସ୍କାର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସେମିଷ୍ଟାରରେ ଶ୍ରେଷ୍ଠ ଦଶଟି ସ୍ଥାନ ମଧ୍ୟରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ନଗଦ ରାଶି ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପୁଷ୍ପଲତା ସାହୁଙ୍କୁ ନଗଦ ୨୫୦୦ ଟଙ୍କା ଓ ଟ୍ରଫି , ଦ୍ୱିତୀୟରୁ ପଂଚମ ସ୍ଥାନ ମଧ୍ୟରେ ଥିବା ସାଜିୟା ସାହିନ , ସ୍ୱାଧୀନ ଦୁଆନ , ଖୁସି ଢ଼ୋଲକିଆ ଙ୍କୁ ନଗଦ ଟ୍ରଫି ଓ ୧୫୦୦ ଟଙ୍କା , ଷଷ୍ଠରୁ ଦଶମ ସ୍ଥାନ ମଧ୍ୟରେ ଥିବା ସ୍ୱୟଂ ସାହୁ , ନିଖିଲ ଜୟସ୍ୱାଲ , ରୁଦ୍ରପ୍ରତାପ ପ୍ରଧାନ , ଅନିଷା ରୁନଠାଲା , ମୁସ୍କାନ ବାନୋ , ଆନନ୍ଦ ଭୋଇ , କୋୟଲ ସାହୁ , କେ ଦିଲୀପ , ରାନି ନାୟକ , ହିମାଂଶୁ ଅଗ୍ରୱାଲ, ସଲୋନି ଅଗ୍ରୱାଲ ଙ୍କୁ ଟ୍ରଫି ଓ ନଗଦ ୧୧୦୦ ଟଙ୍କା ପ୍ରଦାନ କରାଯାଇଥିଲା । କଲେଜର ଚେୟାରମେନ ଦିପକ ଗୋୟଲ , ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଓ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଏହି ଅବସରରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar