ବରଗଡ଼ :  ବିଜୁ ପଟ୍ଟନାୟକ ଟାଉନ ହଲଠାରେ ନିଏଟ କଂପ୍ୟୁଟର ପଂଚମ ସ୍ଥାପନ ଦିବସ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାର ମୁଖ୍ୟ ସୋମନାଥ ସାହୁଙ୍କ  ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ଶ୍ରୀମତୀ ଆରତୀ ତୋମାର , ସବ୍ୟ ଗୁଆଲ , ରଜିଂତ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଦୀପ ପ୍ରଜ୍ୱଳନରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ 

ମୁଖ୍ୟଅତିଥି ଶ୍ରୀ ଶତପଥୀ ନିଜର ଅଭିଭାଷଣରେ କଂପ୍ୟୁଟର ଦୁନିଆରେ ହେଉଥିବା ବିଭିନ୍ନ ପରିବର୍ତନ ବିଷୟରେ ସୂଚନା ଦେଇ ଏହା ସହିତ ନିଜର ଜ୍ଞାନକୁ ପରିବର୍ତିତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନାଟକ ସମିୟାର ଖେଳ ପରିବେଷଣ କରିଥିଲେ । ନିଏଟ କଂପ୍ୟୁଟର ପକ୍ଷରୁ ମିଳନ କୁମାର ଦାଶ ଓ ଅନ୍ୟ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar