ବରଗଡ଼ : ଜୀବନରେ ସଫଳତା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇଂପରିୟଲ କଲେଜ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ ଅଶୋକ ଧ୍ୟାନଚାନ୍ଦ କହିଛନ୍ତି । ଏ ଅବସରରେ ଅଶୋକ ଧ୍ୟାନଚାନ୍ଦ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଜୀବନୀ ଏବଂ ହକି ଖେଳ ବିଷୟରେ ମତ ବିନିମୟ କରିଥିଲେ । ସେ ୧୯୭୫ ରେ କ୍ୱାଲାଲାମ୍ପୁର ଠାରେ ବିଶ୍ୱକପ ହକିରେ  ପାକିସ୍ଥାନ ବିପକ୍ଷରେ ଗୋଲ ସ୍କୋର ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ ।  ବରଗଡ଼ ସାମ୍ବାଦିକ ସଂଘ , ଜିଲା କ୍ରିକେଟ ଆସୋସିଏସନ, ଲାୟନ୍ସ କ୍ଲବ , ପଞ୍ଚାୟତ କଲେଜ , ଜିଲ୍ଲା ଏଥେଳେଟିକ ଆସୋସିଏସନ , ସଂକଳ୍ପ ପରିବାର , ବଦ୍ରୀ ପ୍ରସାଦ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ , ଜେସିଆଇ ବରଗଡ଼ , ଚେମ୍ବର ଅଫ କମର୍ସ , ମାରବାଡି ଯୁବାମଞ୍ଚ ,ନିଷ୍ଠା ପରିବାର , ଏଇ ମିଶନ ସ୍କୁଲ ,ସଂସ୍କାର ସ୍କୁଲ ଏବଂ ଇଡିଆଇଆଇ ତରଫରୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଶୋକ ଧ୍ୟାନଚାନ୍ଦ ଇଂପରିୟଲ କଲେଜର କ୍ୟାଲେଣ୍ଡର ଟେଲସ ଅଫ ବରଗଡ଼ ଓ ବୁକଲେଟ ଉନ୍ମୋଚନ କରିଥିଲେ ।   ଏ ଅବସରରେ ଚଡେଇଗାଁ ପଂଚାୟତ ସ୍କୁଲର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କଲେଜର ଚେୟାରମ୍ୟାନ ଦୀପକ ଗୋୟଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ  ଅଧ୍ୟାପିକା ଝରଣା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା ଏବଂ ଅଧ୍ୟକ୍ଷ ଦୁର୍ଗେଶ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar