ବରଗଡ଼ : ବରଗଡ଼ ଧନୁଯାତ୍ରା ପାଇଁ ଇମ୍ପରିୟଲ କଲେଜ ପକ୍ଷରୁ ତିଆରି କରାଯାଇଥିବା ଆପ୍ସକୁ ଡାଉନଲୋଡ କରିଥିବା ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ପୁରସ୍କାରର ଘୋଷଣା କରାଯାଇଥିଲା । ଇମ୍ପରିୟଲ କଲେଜଠାରେ ଏକ ରାଜକୀୟ ପରିବେଶରେ ଏହାର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦିବସର ବିଜେତା ଜୁଲଟ ଗ୍ରାମର ଜଗଦିଶ ବିଶିଙ୍କୁ ଇମ୍ପରିୟଲ କଲେଜର ଚେୟାରମେନ ଦିପକ ଗୋୟଲ , ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ । ଏହି ଆପ୍ସରେ ଡାଉନଲୋଡ କରି ବ୍ୟବହାର କରୁଥିବା ମୋବାଇଲ ଉପଭୋକ୍ତାମାନେ ଆଗାମୀ ଦିନରେ ମଧ୍ୟ ବହୁ ପୁରସ୍କାର ଜିତିପାରିବେ । ଏହାଛଡା ଉଦଯାପନୀ କଂସ ବଧ ଦିବସରେ ଶତାଧିକ ଲୋକଙ୍କୁ ଲଡୁ ବଣ୍ଟନ କରାଯିବ ବୋଲି ଇମ୍ପରିୟଲ କଲେଜର ଅଧ୍ୟକ୍ଷ ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar