ଝାରବନ୍ଧ : ବୋଡାସମ୍ବର ମାଟିର ଦ୍ବିତୀୟ ତୀର୍ଥକ୍ଷେତ୍ର ଦେବଦର୍ହାର ବିକାଶ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ୧୯୨୯ରୁ ନିର୍ମିତ ବାବା ଧବଲେଶ୍ବର ମନ୍ଦିର ଝାଞ୍ଜ ପାହାଡ ଶୀର୍ଷରେ ନିର୍ମିତ,ତାର ପାଦଦେଶରେ ସୁରଙ୍ଗୀ ନଦୀ ପ୍ରବାହିତ ହେଉଛି।


କିଛି ଦିନ ପୂର୍ବରୁ ସରକାର ନୃସିଂହନାଥ ଓ ଦେବଦର୍ହାର ବିକାଶ ପାଇଁ ୨୬ କୋଟି ଅର୍ଥ ମଞ୍ଜୁର କରିଥିଲେ।ମନ୍ଦିର ପରିବେଶର ସୌନ୍ଦର୍ଯ୍ୟକରଣ,ଶୌଚାଳୟ,ରାସ୍ତା,ଦୋ କାନ କେବିନ,ବିଶ୍ରାମ ସ୍ଥଳୀର ମରାମତି,ଲାଇଟ ବ୍ୟବସ୍ଥା ଆଦି କରିବାକୁ ସ୍ଥାନ ନିରୁପଣ କରାଯାଇଛି । ଦେବଦର୍ହାର ସୌନ୍ଦର୍ଯ୍ୟକରଣରେ ସରକାର ପଦକ୍ଷେପ ନେଇଥିବାରୁ ଅଂଚଳରେ ଖୁସିର ବାତାବରଣ ଦେଖା ଦେଇଛି।
