ବରଗଡ଼ : ତୋରା ସ୍ଥିତ ବେଥାନୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରିନସିପାଲ ସିଷ୍ଟର ମଧୁ , ଲୋକାଲ ମେନେଜର ସିଷ୍ଟର ଏଞ୍ଜେଲିତା ଓ ସିଷ୍ଟର ପ୍ରିସ୍କା ଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ରାଜ୍ୟର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ରେ ପଂଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁ ମୁଖ୍ୟଅତିଥି ଓ ଆନ୍ତର୍ଜାତିୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟ ପ୍ରକାଶ ଶତପଥୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଓ ବକ୍ତା ନିଜର ଉଦବୋଧନ ରେ ଛାତ୍ରଛାତ୍ରୀମାନନଙ୍କୁ ଜୀବନରେ ସଫଳତାର ଉପାୟ ବିଷୟରେ ବିଶଦ ସୂଚନା ପ୍ରଦାନ କରିଥିଲେ । ଅନ୍ଯମାନଙ୍କ ମଧ୍ୟରେ ପ୍ରାଇଭେଟ ସ୍କୁଲ ଏସୋସିଏସନର ଯଶବିର ସିଂ , ବିଦ୍ୟୁତ ଦାଶ , ତୋରା ସରପଞ୍ଚ ଶ୍ରୀ ଦେବରାଜ , ତୋରା ସମବାୟ ସମିତିର ଅନନ୍ତ ଭୋଇ , ବିକାଶ ଦୀପ୍ତି ର ଅନୁରଞ୍ଜନ ମଧ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar