ବରଗଡ: ରାଜ୍ୟ ସରକାରଙ୍କ ଦ୍ୱାରା ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରାଯିବାକୁ ବିଭିନ୍ନ ଅନୁଷ୍ଠାନରେ ଆରମ୍ଭ କରାଯାଇଥିବା ଷ୍ଟାଟଅପ ଯାତ୍ରାର ବରଗଡ଼ ଜିଲ୍ଳାର ମୁଖ୍ୟ କାର୍ଯ୍ୟକ୍ରମ ଇମ୍ପରିୟଲ କଲେଜଠାରେ ଅନୁଷ୍ଠିତ ହୋଇଯାଇଛିି । ଏହାପୂର୍ବରୁ ଗତମାସ ଷ୍ଟାଟଅପ ଯାତ୍ରାର ଭ୍ୟାନ ଜିଲ୍ଳାର ଅନ୍ୟ ସବୁ ଅନୁଷ୍ଠାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୂତନ ବ୍ୟବସାୟର ସୁଯୋଗ ଗୁଡିକ ବିଷୟରେ ସେମାନଙ୍କର ଚିନ୍ତାଧାରା ପରିପ୍ରକାଶ କରିବା ପାଇଁଁ ସୁଯୋଗ ଦିଆଯାଇଥିଲା । ଶୁକ୍ରବାର ଦିନ ଇମ୍ପରିୟଲ କଲେଜ ପରିସରରେ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀଙ୍କ ପରିଚାଳନାରେ ଷ୍ଟାଟଅପ ଯାତ୍ରାର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଇମ୍ପରିୟଲ କଲେଜ , ଇଣ୍ଡିଏନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି , ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ଇଜିଂନିୟରିଂଗ କଲେଜ , ରୋଟାରୀ ପବ୍ଳିକ ସ୍କୁଲର ଛାତ୍ରଛାତ୍ରୀମାନେ ୨୭ ଟି ନୂତନ ଆଇଡିଆ ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମରେ ଷ୍ଟାଟଅପ ଓଡିଶାର ସିନିୟର କନସଲଟାଣ୍ଟ ସିଦ୍ଧାର୍ଥ ଶତପଥୀ , କିଟ୍ ବିଜିନେସ ଡେଭଲମେଣ୍ଟର ମୁଖ୍ୟ ବିଶାଲ ଜେସି ଉପସ୍ଥିତ ଥିଲେ । ଇମ୍ପରିୟଲ କଲେଜର ବିବିଏ ଛାତ୍ରୀ ରାକ୍ଷୀ ନାୟକ ଓ ସାଜିଆ ସାହିନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar