ବରଗଡ଼ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜ ପରିସରରେ ଗୁରୁମନ୍ତ୍ର ସିରିଜ-୧୦ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଜନସଂଚାର ସଂସ୍ଥାର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ମୃଣାଳ ଚାଟାର୍ଜୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଶ୍ରୀ ଚାଟାର୍ଜୀ କହିଥିଲେ ଯେ ସୃଜନଶୀଳତାର ବିକାଶ ପାଇଁ ବୃଦ୍ଧିମାନ ହେବା ଜରୁରୀ ନୁହେଁ । ନିଜର ଆଖପାଖରେ ଥିବା ବିଭିନ୍ନ ଜିନିଷକୁ ସୁକ୍ଷ୍ମ ରୂପରେ ନିରୀକ୍ଷଣ କରି ଚିନ୍ତା କଲେ ସୃଜନଶୀଳତାର ଭାବନାର ବିକାଶ କରିହେବ । ମଣିଷ ଜୀବନରେ ସ୍ମୃଜନଶୀଳତାର ଭାବନା କେବଳ ଯେ ନିଜକୁ ଖୁସି ପ୍ରଦାନ କରି ନ ଥାଏ ବରଂ ଏହା ଅନ୍ୟପାଇଁ ମଧ୍ୟ ବହୁ ସୁଯୋଗ ସୃଷ୍ଟି କରିଥାଏ । ମଣିଷ ଜୀବନରେ ଏକ ପରିଚୟ ସୃଷ୍ଟି କରିବାକୁ ହେଲେ ସୃଜନଶୀଳତାର ଭାବନାର ବିକାଶ କରିବାକୁ ପଡିବ । ଏଥିପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସୂତ୍ର ସଂପର୍କରେ ସୂଚନା ଦେବା ସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପରେ ସେ ତାଙ୍କ ଦ୍ୱାରା ଲିଖିତ ବିଭିନ୍ନ ପୁସ୍ତକକୁ ଇମ୍ପରିୟଲ କଲେଜ ଲାଇବ୍ରେରୀ ପାଇଁ ପ୍ରଦାନ କରିଥିଲେ । କଲେଜର ଚେୟାରମେନ ଦିପକ ଗୋୟଲ , ଅଧ୍ୟକ୍ଷ ଦୁର୍ଗେଶ ଶତପଥୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଶ୍ରୀ ଚାଟାର୍ଜୀଙ୍କୁ ସ୍ମାରକୀ ସ୍ୱରୂପ କଲେଜ ପକ୍ଷରୁ ଏକ ପଟ୍ଟଚିତ୍ର ପ୍ରଦାନ କରିଥିଲେ । ଅଧ୍ୟାପିକା ଝରଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar