ବରଗଡ଼ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ ଚାଲିଥିବା ସପ୍ତାହବ୍ୟାପୀ ପ୍ରବେଶ ଉତ୍ସବ ଉଦଯାପିତ ହୋଇଯାଇଛି । ଷଷ୍ଠ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଟା ଇଜିଂନିୟରସ ଲିମିଟେଡର ଏଜିଏମ ରଶ୍ମିରଂଜନ ରାଉତ ଓ ମେକାନିକାଲ ବିଭାଗର ମୁଖ୍ୟ ଧିରେଶ୍ୱର ଦାଶଙ୍କ ସହ ଶିଳ୍ପପତି ମୁକେଶ ଡାୱର ଅତିଥି ବକ୍ତା ଭାବରେ ଯୋଗଦେଇ ନୂତନ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହାଛଡା ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ପଚଂମ ଦିବସରେ ତାଲିମ କାର୍ଯ୍ୟକ୍ରମ ବିରାଙ୍ଗନା ଅନୁଷ୍ଠିତ ହୋଇଥିଲା । କଲେଜର ବିଭିନ୍ନ କ୍ଳବ ଗୁଡିକର କର୍ମକର୍ତା ମନୋନୟନ କରାଯାଇ ସେମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ସହ ଶପଥପାଠ କରାଯାଇଥିଲା । ଅଭିବ୍ୟକ୍ତି କ୍ଳବରେ ନୈନା ପ୍ରଧାନ ସଂପାଦିକା ଓ ଆଦିତ୍ୟ ପାଣିଗ୍ରାହୀ ଉପସଂପାଦକ , ପ୍ରଗତି କ୍ଲବ ପାଇଁ କେ.ଦିଲୀପ ସଂପାଦକ ଓ ରୁଦ୍ର ପ୍ରତାପ ପ୍ରଧାନ ଉପସଂପାଦକ , ସଂସ୍କୃତି କ୍ଲବ ପାଇଁ ମନସ୍ୱିନୀ ମିଶ୍ର ସଂପାଦିକା ଓ ଅନିଷା ରୁନଠାଲା ଉପସଂପାଦିକା , ସୁଦିତି କ୍ଳବ ପାଇଁ ରୁଦ୍ର ପ୍ରତାପ ସାହୁ ସଂପାଦକ ଓ ଶିବାନୀ ସାହୁ ଉପସଂପାଦିକା ଦାୟିତ୍ୱ ଗ୍ରହଣ କରିଥିଲେ । କଲେଜର ଚେୟାରମେନ ଦିପକ ଗୋୟଲ ଓ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀଙ୍କ ପରିଚାଳନାରେ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar