ବରଗଡ଼ : ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାର ଠାରେ କବି ଧର୍ମରାଜ ପ୍ରଧାନଙ୍କ କବିତା ସଂକଳନ ‘ଅକ୍ଷତ ଇସାରା’ ଉନ୍ମୋଚିତ ହୋଇଯାଇଛି । ବରଗଡ଼ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ । ବ୍ୟଙ୍ଗ କବି ମନୋରଞ୍ଜନ ସାହୁଙ୍କ ଆବାହକତ୍ୱରେ କବି ତଥା ବିଜ୍ଞାନ ଶିକ୍ଷକ ରାମକୃଷ୍ଣ ରଥ ସମୀକ୍ଷକ ଭାଵରେ ଯୋଗଦେଇ କବିତା ସଂକଳନ ର ସମୀକ୍ଷା କରିଥିଲେ । ଏ ଅବସରରେ ବହୁ କବି ଲେଖକ ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar