ବରଗଡ଼ : ବରଗଡ଼ ରୋଟାରୀ ପବ୍ଳିକ ସ୍କୁଲରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟର ପ୍ରାଧ୍ୟାପକ ବଦ୍ରିନାରାୟଣ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପିତାମାତା, ଗୁରୁ ତଥା ଅତିଥିଙ୍କ ମହତ୍ୱ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏ ଅବସରରେ ସ୍କୁଲର ଏକାଡେମିକ ଚେୟାରମେନ ରୋଟାରିଆନ ଗୋବିନ୍ଦ ଦାଶ ଉପସ୍ଥିତ ଥିଲେ । ଶିକ୍ଷୟତ୍ରୀ ଝରଣା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀମାନେ ନିଜର ସମ୍ଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ସଂସ୍କୃତ ଶିକ୍ଷକ ପ୍ରିୟବ୍ରତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar