ବରଗଡ : ମହାନ୍ତିପଡା ସ୍ଥିତ ଇଲେଭେନ ଷ୍ଟାର କ୍ଳବ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ନଗରପାଳ କଳ୍ପନା ମାଝୀ , ବିଜେଡି ଟାଉନ ସଭାପତି କିଶୋର ମିଶ୍ର , ପଚାଂୟତ କଲେଜର ଅଧ୍ୟକ୍ଷ ପତିତପାବନ ସାହୁ , ସୋହେଲା ବିଡିଓ ବିଶ୍ୱରଞ୍ଜନ କର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ୮୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । କ୍ଳବ ପକ୍ଷରୁ ମନୋଜ ବାରିକ, ସୁନିଲ ପ୍ରଧାନ, କ୍ଷୀରେଶ୍ୱର ସାହୁ , ରାଜେଶ ପୁରୋହିତ, ସୋନୁ ବାରିକ ଓ ବୁଲୁ ସାହୁଙ୍କ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar