ବରଗଡ : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ କଳ୍ପତରୁ ପ୍ରକଳ୍ପ ଯୋଜନା ଆଧାରରେ ପରିବେଶ ସୁରକ୍ଷା ନିମନ୍ତେ ଅମ୍ବାଭୋନା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମକୁମାରୀ ଚିଚୋଲି କେନ୍ଦ୍ର ସଂଚାଳିକା ପ୍ରଭାତି ଭଉଣୀ ଆଧ୍ୟାତ୍ମିକ ଶିକ୍ଷା ଆହରଣ ପୂର୍ବକ ଆତ୍ମ ସଚେତନ ହୋଇ ପ୍ରକୃତି ସୁରକ୍ଷା ନିମନ୍ତେ ଜନସାଧାରଣଙ୍କ ମଧ୍ୟ ପ୍ରୟାସ କରିବା ଉଚିତ ବୋଲି କହିଥିଲେ । ମୁଖ୍ୟଅତିଥି ଅବସରପ୍ରାପ୍ତ ଶିକ୍ଷକ କ୍ଷୀତେଶ୍ୱର ଭୋଇ ଏବଂ ବିଦ୍ୟାଳୟର ଇକୋକ୍ଳବ ଇନଚାର୍ଜ ସଂଜୟ ଖମାରୀ ବୃକ୍ଷରୋପଣର ଆବଶ୍ୟକତା ଏବଂ ମାହାତ୍ମ୍ୟ ବିଷୟରେ ସୂଚନା ଦେଇଥିଲେ । ପ୍ରଧାନଶିକ୍ଷକ ଦୁର୍ଗାପ୍ରସାଦ ନାୟକ ସଂଯୋଜନା ଏବଂ ରାଧେଶ୍ୟାମ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏ ଅବସରରେ ବିଦ୍ୟାଳୟ ପରିସରରେ ଅତିଥି ତଥା ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ଚାରାରୋପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ତେଜରାମ ସା , ଜ୍ୟୋତିଶ୍ଚନ୍ଦ୍ର ପ୍ରଧାନ, ଅଙ୍କିତ ମହନ୍ତ , ଇଶ୍ୱର ପ୍ରଧାନ , ସଂଗୀତା ସାହୁ , ଅନିତା ପ୍ରଧାନ, ସୁବାଷ ଖମାରୀ , ପ୍ରକାଶ ପ୍ରଧାନ, ବ୍ରହ୍ମକୁମାରୀ ଯଶୋବନ୍ତି ଭଉଣୀ, ବ୍ରହ୍ମକୁମାର ଭୁପତି ଭାଇଙ୍କ ସମେତ୍ ଇକୋକ୍ଳବର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar