ବରଗଡ଼ : ଚାଷୀମାନଙ୍କ ଉତ୍ପାଦିତ ଆମ୍ବର ବିକ୍ରୀ ବ୍ୟବସ୍ଥା ସହ ଖାଉଟୀମାନେ କିପରି ବିଭିନ୍ନ କିସମର ଆମ୍ବ ପାଇପାରିବେ ତାକୁ ଦୃଷ୍ଟିରେ ରଖି ବରଗଡ଼ରେ ଆରମ୍ଭ ହୋଇଛି ଗାଁ ଆମ୍ବ ପସରା । ଓରମାସ , ଉଦ୍ୟାନ ବିଭାଗ ଏବଂ ଜିଲ୍ଳା ପ୍ରଶାସନର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଗାଁ ଆମ୍ବ ପସରାକୁ ବରଗଡ଼ ଜିଲ୍ଳାପାଳ ମୋନିଷା ବାନାର୍ଜି ଉଦଘାଟନ କରିଥିଲେ । ବରଗଡ଼ ବ୍ଳକ ଅଫିସ ସମ୍ମୁଖରେ ଥିବା ଏହି ଆମ୍ବ ପସରାରେ ବିଭିନ୍ନ କିସମର ଆମ୍ବ ବିକ୍ରୀ କରାଯିବ ।

ଏହି ବଜାରରେ ବରଗଡ଼ ଜିଲ୍ଳାର ଚାଷୀମାନଙ୍କ ଉତ୍ପାଦିତ ନୀଳାଚଳ କେଶରୀ , ଲେଙ୍ଗଡା, ଦଶେରୀ , ଆମ୍ରପାଲୀ, ତୋତାପୁରୀ, ଆଲଫୋନୋସ, ଗୋଲାପଖସ୍‌, ଲାଟସେନ୍ଦ୍ରୀ, ମଲ୍ଳିକା ସମେତ ବିଭିନ୍ନ କିସମର ଆମ୍ବ ଉପଲବ୍ଧ ରହିଛି । ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ଡେପୁଟି କଲେକ୍ଟର ସଦାକର କୁମ୍ଭାର , ଓରମାସର ରାଜଗୋପାଲ ଦାଶ ସମେତ ବହୁ ଜିଲ୍ଳାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar