ବରଗଡ଼ : ବିଶ୍ୱ କବିତା ଦିବସ ଅବସରରେ ବରଗଡ଼ ସାହିତ୍ୟ ସଂସଦର ଦଶମ ବାର୍ଷିକ ଉତ୍ସବ ‘କାବ୍ୟ ଫଗୁଣ’ ପାଳିତ ହୋଇଯାଇଛି । କାବ୍ୟ ଫଗୁଣର ଏହି ଦଶମ ସଂସ୍କରଣକୁ ବରିଷ୍ଠ କବି ସେନାପତି ପ୍ରଦ୍ୟୁମ୍ନ କେଶରୀ ଓ ନର୍ମତା ନୀଳୋତ୍ପଳା ଉଦଘାଟନ କରି ସାହିତ୍ୟ ଓ ଜୀବନ ସଂପର୍କରେ ଭାବଗର୍ଭକ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ବ୍ୟଙ୍ଗକବି ମନ ମାଷ୍ଟ୍ରେ ଙ୍କ ଆବାହକତ୍ୱ ଏବଂ ଡ. ଅଶୋକ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଡ.ଭଗବତୀ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସେହିପରି ପଚାଂୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପତିତପାବନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ‘ଆଧୁନିକ କବିତାରେ ଜନବାଦୀ ଚେତନାର ସ୍ୱର ଓ ସ୍ୱାକ୍ଷର’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ମୋହନ ସାହୁଙ୍କ ସଂଚାଳନରେ ଅନୁଷ୍ଠିତ ଏହି ଅଧିବେଶନରେ କବି ସରୋଜ , ଡ. ସଂଜୟ ମିଶ୍ର ଓ ହେମନ୍ତ ଦଳପତି ଆଲୋଚକ ଭାବରେ ଯୋଗଦେଇଥିଲେ । ଏ ଅବସରରେ ଦୁଇ ଜଣ ତରୁଣ ସ୍ରଷ୍ଟା ସୁଜାତା ସାହାଣୀ ଏବଂ ସୁବ୍ରତ ବାରିକଙ୍କୁ ସମ୍ବର୍ଦ୍ଧିର୍ତ କରାଯାଇଥିଲା । ସେହିପରି ତୃତୀୟ ଅଧିବେଶନ କବିତା ପାଠ ବରିଷ୍ଠ କବି ଓ ଗାଳ୍ପିକ ରୋହିତ ଦାଶଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନକୁ ଡ. ଶେଷନ ବିଶି ଓ ଅଧ୍ୟାପିକା ସୁଷମା ଦାଶ ସଂଯୋଜନା କରିଥିବା ବେଳେ ଡ.ରମେଶ ମହାପାତ୍ର କବିତାଗୁଡିକର ସମୀକ୍ଷା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦାମୋଦର ସାହୁ ସହଯୋଗ କରିଥିବା ବେଳେ ପରିଶେଷରେ ପଚାଂନନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar