ବରଗଡ଼ : ଦୀର୍ଘ ଦୁଇ ବର୍ଷ ପରେ ରଙ୍ଗର ପର୍ବ ହୋଲି ଉତ୍ସାହ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଜନସାଧାରଣ ରଙ୍ଗ ଓ ଅବିର ଲଗାଇ ପରସ୍ପରକୁ ହୋଲିର ଶୁଭେଛା ଜଣାଇଥିବା ବେଳେ ବରଗଡ଼ ସହରରେ ଡାକ୍ତର ରାମକୃଷ୍ଣ ପୁରୋହିତ ଏହି ପର୍ବକୁ ନିଆରା ଢ଼ଙ୍ଗରେ ପାଳନ କରିଥିବା ଦେଖିବାକୁ ମିଳିଛି । ଡାକ୍ତର ପୁରୋହିତ ଓ ତାଙ୍କ ପତ୍ନୀ ମମତା ପୁରୋହିତ ନିଜ ଘରୋଇ ହସପିଟାଲ ସମ୍ମୁଖରେ ରାସାୟନିକ ରଙ୍ଗ ଓ ଅବିର ବଦଳରେ ଫୁଲର ହୋଲି ପାଳନ କରିଥିଲେ । ଏ ଅବସରରେ ସେ ନିଜ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ଏହି ନିଆରା ହୋଲି ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିଦ ଡି ମୁରଲୀକ୍ରିଷ୍ଣା, ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ, ପ୍ରଫେସର ପତିତପାବନ ସାହୁ, ଚଳଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତିଙ୍କ ସମେତ ସହର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar