ବରଗଡ଼ : ଇମ୍ପରିୟଲ କଲେଜଠାରେ ପରିବେଶ ଉପଯୋଗୀ ଗଣେଷ ମୂର୍ତ୍ତିର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋନକ ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଲା ମହାବିଦ୍ୟାଳୟ , ବରଗଡ଼ ସାଇନ୍ସ ଇନଷ୍ଟିଚ୍ୟୁଟ , ସଂସ୍କାର ଇଣ୍ଟରନେସନାଲ ସ୍କୁଲ , ଆଇଆଇଏଚଟି ବରଗଡ଼ ,  ଭଟଲି ଶାନ୍ତି ୟୁପି ସ୍କୁଲ , ସତିହାରୀ ବାଳିକା ବିଦ୍ୟାଳୟ , ନିଲଜି ୟୁପି ସ୍କୁଲ , ଗୌଡଗାଁ ପଚାଂୟତ ହାଇସ୍କୁଲ , ସରକାରୀ ଉଚ୍ଚ ବିଦ୍ୟାଳୟ ଉତ୍ତମ ସମେତ ୨୦ ଟି ଅନୁଷ୍ଠାନକୁ ପରିବେଶ ଉପଯୋଗୀ ଗଣେଷ ମୂର୍ତ୍ତି ପ୍ରଦାନ କରାଯାଇଥିଲା । ଦିପକ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଅଧ୍ୟାପିକାମାନେ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ମୂର୍ତ୍ତି ପ୍ରଦାନ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar