ବରଗଡ଼ : ବରଗଡ଼ ବିଦ୍ୟାବିହାର ସ୍ଥିତ ଇମ୍ପରିଆଲ କଲେଜରେ ନିଆରା ଢ଼ଙ୍ଗରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କରୋନା ଯୋଦ୍ଧାଙ୍କ ପାଇଁ ସଚେତନତା ଗୀତ ଗାଇଥିବା ୧୧ ବର୍ଷୀୟ ଶୁଭଶ୍ରୀ ମେହେର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପତାକା ଉତୋଳନ କରିଥିଲେ ।

ଏ ଅବସରରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ଶୁଭଶ୍ରୀ ମେହେର ସଚେତନତା ଗୀତ ଗାନ କରି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ । ପରେ କଲେଜର ନିର୍ଦ୍ଦେଶକ ଦୀପକ ଗୋୟଲ ସମସ୍ତେ ନିଜର ସ୍ୱାସ୍ଥ୍ୟକୁ ଫିଟ ରଖିବା ସହ ଦେଶ ତଥା ସମାଜ ପାଇଁ କିଛି କରିବାକୁ ପରାମର୍ଶ ଦେଇଥିଲେ । ଏ ଅବସରରେ କଲେଜରେ ସ୍ଥାପିତ ଇ-ୱେଷ୍ଟ କେନ୍ଦ୍ରରୁ ସଂଗୃହୀତ ଜିନିଷରୁ ନିର୍ମିତ ସ୍ୱଚ୍ଛ ଭାରତ ଅଭିଯାନର ପ୍ରତୀକ ଅତିଥି ଶୁଭଶ୍ରୀଙ୍କ ହାତରେ ଉଦଘାଟିତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar