Posts List

Health

  • ଇଲେଭେନ ଷ୍ଟାର କ୍ଳବ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୭୦ ୟୁନିଟ ରକ୍ତ ସଂଗୃହୀତ
    ଇଲେଭେନ ଷ୍ଟାର କ୍ଳବ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୭୦ ୟୁନିଟ ରକ୍ତ ସଂଗୃହୀତ

    ବରଗଡ଼ : ସ୍ୱାଧୀନତା ଦିବସ ଅବସରରେ ବରଗଡ଼ ମହାନ୍ତିପଡା ସ୍ଥିତ ଇଲେଭେନ ଷ୍ଟାର କ୍ଳବ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ରାଧାମୋହନ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏ ଅବସରରେ ମୋଟ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଗୋକୁଲ , ମିଟୁ , ବବଲୁ , ସୁରେନ୍ଦ୍ର , ରୋହିତ , ନିଶାନ୍ତ , ସଂଜୀବ , ସୁନିଲ , ସମୀର, ସତ୍ୟ ସମେତ କ୍ଳବର ସମସ୍ତ ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Economy

  • ହଲଦିପାଲିରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ
    ହଲଦିପାଲିରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

    ସୋହେଲା : ସୋହେଲା ହଲଦିପାଲି ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସୋମବାର ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ଶ୍ରୀ କ୍ଷେତ୍ର ମହୋଦଧିରୁ ଅଣାଯାଇଥିବା ପବିତ୍ର ଜଳ ଏବଂ ଅଖଣ୍ଡ ଜ୍ୟୋତି ପୂଜାମଣ୍ଡପରେ ସ୍ଥାପିତ କରାଯାଇଥିଲା ।

    ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠା ଉତ୍ସବ ବିଧିବିଧାନ ସହକାରେ ପାଳିତ ହେବ । ଏ ଅବସରରେ ପ୍ରତ୍ୟହ ପାରାୟରଣ, ବ୍ୟଙ୍ଗ କବି ଆସର, ନାଟକ, ଦଣ୍ଡନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ମନ୍ଦିର ପ୍ରତିଷ୍ଠା କମିଟୀ ତରଫରୁ ସୂଚନା ଦିଆଯାଇଛି ।

error: Content is protected !!
This is default text for notification bar
This is default text for notification bar